ଯୀଶୁଙ୍କ ସ୍ୱଭାବ ଧରିବି – ପଛେ ଚାଲିବି,
ତାଙ୍କ ପରି ଜଗତେ ଜୀବନ ମୁଁ କାଟିବି । ଘୋଷା ।
ସ୍ୱର୍ଗ ସୁଖ ତ୍ୟାଗ କରି ଆସିଲେ ଦରିଦ୍ର ପରି,
ମୁହିଁ ସୁଖ ତୁଚ୍ଛ କରି କିପାଇଁ ନ ପାରିବି ? । ୧ ।
ପରର ମଙ୍ଗଳ ପାଇଁ ଛାଡ଼ି ମାତା ବନ୍ଧୁ ଭାଇ
ବୁଲିଲେ ବିଦେଶେ ଯାଇ, ମୁଁ କିପାଁ ନ କରିବି ? । ୨ ।
ଦୁଃଖୀ ଦୁଃଖେ ଦୁଃଖୀ ହେଲେ ଦୟା କରି ଦୁଃଖ ନେଲେ
କଥା କହି ଶାନ୍ତି ଦେଲେ, ମୁଁ କିପାଁ ନ କରିବି ? । ୩ ।
ଦୁଃଖ ନିନ୍ଦା ସେ ସହିଲେ, ଫେରି ପଦେ ନ କହିଲେ,
ଶତ୍ରୁକୁ କ୍ଷମା କରିଲେ, ମୁଁ କିପାଁ ନ କରିବି ? । ୪ ।
ଶାସ୍ତ୍ରପାଠେ ପ୍ରାର୍ଥନାରେ ଉପଦେଶ ଭାବନାରେ
କାଟିଲେ କାଳ ସଂସାରେ, ମୁଁ କିପାଁ ନ କରିବି ? । ୫ ।
ପାପକୁ ସେ ଜୟ କଲେ ଆପଣାର ଆତ୍ମା ବଳେ;
ତାଙ୍କ ଉପକାର ବଳେ, ମୁହିଁ କରି ପାରିବି । ୬ ।