kara prabhu taba prochaarita baakye kolyaano

(ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ)

କର ପ୍ରଭୁ ତବ ପ୍ରଚାରିତ ବାକ୍ୟେ କଲ୍ୟାଣ,

ପ୍ରଚାରିତ ବାକ୍ୟ ହେଉ ସୁସଫଳ ବହନ । ଘୋଷା । 

 

ତୁମ୍ଭର ଯେଉଁ ବାକ୍ୟ ଅଟେ ମର୍ମ୍ମ ଭେଦକ,

ସର୍ବ ପାପୀ ମର୍ମ୍ମେ ଭେଦୁ ପାଇ ତବ କଲ୍ୟାଣ । ୧ । 

 

ତୁମ୍ଭ ବାକ୍ୟ ପାଷାଣ ଭଗ୍ନ ହାତୁଡ଼ି ସମ,

ପାଷାଣ ତୁଲ୍ୟ ପାପୀର ମନ ସେ କରୁ ଭଗ୍ନ । ୨ । 

 

ତୁମ୍ଭର ଯେଉଁ ବାକ୍ୟ ମନ ପରିବର୍ତ୍ତକ

ପାପୀମନ ଖ୍ରୀଷ୍ଟ ପ୍ରତି କରୁ ପରିବର୍ତ୍ତନ । ୩ । 

 

ତୁମ୍ଭର ଯେଉଁ ବାକ୍ୟ ଅଟେ ହର୍ଷଜନକ,

ପାପୀ ଅନ୍ତଃକରଣରେ କରୁ ଆନନ୍ଦ ଦାନ । ୪ । 

 

ତୁମ୍ଭ ବାକ୍ୟ ଆହୁରି ଚକ୍ଷୁ ପ୍ରସନ୍ନକାରୀ,

ପାପୀ ଚକ୍ଷୁ ତୁମ୍ଭ କ୍ରୁଶ ପ୍ରତି କରୁ ପ୍ରସନ୍ନ । ୫ । 

 

ତୁମ୍ଭର ଯେଉଁ ବାକ୍ୟ ମଧୁର ସୁମିଷ୍ଟକ,

ପାପୀ ବିଶ୍ୱାସେ ସର୍ବଦା କରୁ ଆନନ୍ଦେ ପାନ । ୬ । 

 

ତୁମ୍ଭ ବାକ୍ୟ ଜୀବନ, ତୁମ୍ଭ ବାକ୍ୟରେ ତ୍ରାଣ,

ପାପୀର ସର୍ବ ମଙ୍ଗଳ ତହିଁ ଅଟଇ ପୂର୍ଣ୍ଣ । ୭ ।

 

 ତୁମ୍ଭର ଦାସଗଣ ତୁମ୍ଭ ଆଜ୍ଞା ପାଳିଣ,

ପ୍ରଚାର କରନ୍ତୁ ବାକ୍ୟ ନାନା ସ୍ଥାନେ ଯାଇଣ । ୮ । 

 

କର ପ୍ରଭୁ କଲ୍ୟାଣ ତବ ଦାସଙ୍କ ଶ୍ରମ,

ହେଉ ସୁସଫଳ ତୁମ୍ଭ ଦାସ ବୋଲେ ଆମେନ୍ । ୯ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *