khristo premaamruto nirjhara

ଖ୍ରୀଷ୍ଟ ପ୍ରେମାମୃତ ନିଝର,

ଝରୁଅଛି ପ୍ରେମାମୃତ ନିରନ୍ତର ପାନ କର । ଘୋଷା । 

 

ସେ ପ୍ରେମନିଧାନ ପ୍ରେମାମୃତ କରିବାକୁ ଜଗତେ ଦାନ 

ପ୍ରେମେ ନର ଦେହ ଧରି ପ୍ରେମେ ତେଜି ସ୍ୱର୍ଗପୁରୀ,

ସେହି ପ୍ରେମ-ନିଧି ପ୍ରେମ ଅଟେ ମହା ଚମତ୍କାର ା ୧ ।

 

ତାଙ୍କ ମହା ପ୍ରେମ ତ୍ରିଭୁବନ ମଧ୍ୟେ ଅଟଇ ନିରୁପମ;

ପ୍ରେମେ ହେଲେ ଦୀନହୀନ ପ୍ରେମେ କଲେ ପ୍ରାଣଦାନ,

ଶତ୍ରୁ ପାଇଁ ଏଡ଼େ ପ୍ରେମ ନୋହିଲା ନେତ୍ରଗୋଚର   ା ୨ ।

 

ଖ୍ରୀଷ୍ଟ ପ୍ରେମରସ ଘୁଞ୍ଚାଇ ମନ-ବିଷାଦ କରେ ଉଲ୍ଲାସ,

ଦାନ କରେ ସତ୍ୟ ଶାନ୍ତି, ଦୂର କରେ ପାପ ଭ୍ରାନ୍ତି,

ପ୍ରେମେ କରେ ମନ ପୂଣ ପାପ-ଗରଳ ସଂହାର   ା ୩ ।

 

ସେହି ପ୍ରେମରତ୍ନ, ତାଙ୍କ ପ୍ରେମ ଗୁଣ ଚିତ୍ତେ କର ସୁଯତ୍ନ,

ପିଅ ପ୍ରେମାମୃତ ରସ, ଧ୍ୱଂସ ଯିବ ପାପ-ବିଷ,

ଖ୍ରୀଷ୍ଟ ସଙ୍ଗେ ସ୍ୱର୍ଗପୁରେ ହୋଇବ ସଦା ଅମର        ା ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *