khristo punyo re to papo hebo duro

ମନ ମୋର

ଖ୍ରୀଷ୍ଟ ପୂଣ୍ୟରେ ତୋ ପାପ ହେବ ଦୂର ରେ । ଘୋଷା ।

କାହିଁକିରେ ମନ ଡରୁ ଆଉ ?

ଖ୍ରୀଷ୍ଟ ପ୍ରେମ ତୁଲ୍ୟ ନାହିଁ ଆଉ ସତ୍ୟ ପ୍ରକାଶନେ ପାପୀ ଉଦ୍ଧାରଣେ

ଏ ମଞ୍ଚେ ଜନମି ଥିଲେ ସେହୁ ରେ । ୧ ।

ତାଙ୍କ ଆଜ୍ଞା ନାନା ଶସ୍ତ୍ର ପରି; ମନରେ ରଖ ତୁ ଯତ୍ନ କରି;

ପାପ ଦୁଷ୍ଟ ଶୟତାନ ଜଗଜ୍ଜନ

ନ ପାରିବେ ତୋତେ ଜୟ କରି ରେ । ୨ । 

 

ସତ୍ୟତା-କଟିବନ୍ଧନୀ ବାନ୍ଧ,

ଧର୍ମରୂପ ବୁକୁପଟା ପିନ୍ଧ, ଶାନ୍ତି ସମାଚାର-କଠାଉ ପିନ୍ଧିଣ

ସର୍ବଦା ଅଟଳ ହୋଇ ରହରେ । ୩ । 

 

ଯେହ୍ନେ ଅଗ୍ନିବାଣ ପାପାତ୍ମାର ସମର୍ଥ ହୋଇ ନିଭାଇ ପାର,

ଏସନ ବିଶ୍ୱାସ ସ୍ୱରୂପର ଢାଲ ଘେନି ସ୍ଥିର ହୁଅ ନିରନ୍ତରରେ । ୪ । 

 

ମୁଣ୍ଡେ ପିନ୍ଧି ତ୍ରାଣର ଟୋପର,

ଈଶ୍ୱର ବାକ୍ୟ-ଖଣ୍ଡାକୁ ଧର, ସବୁ ନିବେଦନ ପୁଣି ମାଗିବାରେ

ଆତ୍ମା ଦେଇ ତୁ ପ୍ରାର୍ଥନା କର ରେ । ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *