khristo sabu re sabu atanti more

ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି ମୋର 

ତେବେ କି ଅଭାବ ମୋର କି ଚିନ୍ତା ଆର ! । ଘୋଷା । 

 

ଶତ୍ରୁଗଣ ଦମନାର୍ଥେ ସେହି ବଳ ମୋହର,

ଅନ୍ଧାରେ ଅଟନ୍ତି ସେହି ମୋର ମିହିର । ୧ ।

ଦୁର୍ବଳତାରେ ମୋହର ଅଟନ୍ତି ସର୍ବ ବଳ,

ଅଭାବରେ ସେହି ମୋର ସର୍ବ ନିର୍ଝର । ୨ । 

 

ପରିଶ୍ରମେ ମୋ ବିଶ୍ରାମ ରୋଗରେ ଉପଶମ,

କ୍ଷତିରେ ଲାଭ ମୋର କ୍ଳେଶରେ ମଙ୍ଗଳ । ୩ ।

ପରୀକ୍ଷାରେ ମୋ ଆଶ୍ରୟ, ନିର୍ଦ୍ଧନେ ଧନ ମୋର,

କରନ୍ତି ସଦା ଦୁର୍ବଳତା ପ୍ରତିକାର । ୪ । 

 

ଲଜ୍ଜାରେ ଗୌରବ-ମୁକୁଟ ଅଟନ୍ତି ମୋହର,

ବନ୍ଧନେ ଅଟନ୍ତି ସେହି ମୁକ୍ତି ଆବର । ୫ ।

କ୍ଷୁଧାରେ ମୋର ଆହାର, ତୃଷାରେ ସେହି ନୀର,

ସେହି ଅଟନ୍ତି ମୋର ଅମୃତ ନିର୍ଝର । ୬ ।

ମୃତ୍ୟୁରେ ମୋର ଜୀବନ, ସେହି ମୋ ସର୍ବ ଧନ,

ସମସ୍ତରେ ଅଟନ୍ତି ସେ ସବୁ ମୋହର । ୭ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *