ki bichitra jishunka premo helaa prokasho

କି ବିଚିତ୍ର ଯୀଶୁଙ୍କ ପ୍ରେମ ହେଲା ପ୍ରକାଶ

ତୁଳନା ଦେବାକୁ ନ ଦିଶେ ଲେଶ । ଘୋଷା ।

ଦୀନହୀନେ ଦେବାକୁ ଧନ ଯୀଶୁ ତେଜି ସ୍ୱର୍ଗଭୁବନ ହୋଇଲେ ନିଧନ

ସହିଲେ ସେ ନିଜ ଅଙ୍ଗେ କେତେ କ୍ଳେଶ

ମୁଣ୍ଡ ପାତିବାକୁ ନଥିଲା ବାସ । ୧ ।

ଯା ମରଣ ଖଣ୍ଡେ ଦୂରିତ ପରହିତେ ହୋଇଲେ ହତ

ସେ ହେଲେ ନିନ୍ଦିତ,

କେତେକ ନିନ୍ଦକ ହୋଇ ଅବିବେକ ବୋଇଲେ, ଏ ନିଶ୍ଚେ ପାପୀ ମନୁଷ୍ୟ । ୨ ।

କେତେ ସହି ନିନ୍ଦା ଦୂଷଣ

ସମର୍ପିଲେ ଆପଣା ପ୍ରାଣ ସେ ଶତ୍ରୁ କାରଣ,

ହୋଇଲେ ନୀରବ ନ ଫିଟାଇ ଆସ୍ୟ ଯେଉଁ ପରିରେ ହତଯୋଗ୍ୟ ମେଷ । ୩ । 

 

ନିନ୍ଦା ପାଇ ନ କଲେ ନିନ୍ଦା କେତେ ସହି ଯାତନା ବିନ୍ଧା

କ୍ରୁଶେ ହେଲେ ବନ୍ଧା,

ତାଙ୍କ ପ୍ରେମର ତୁଳନା ହେବ କିସ, ମୃତ ହୋଇ ନୋହିଲେ ମୃତ୍ୟୁ ବଶ । ୪ ।

କେଡ଼େ ଉଚ୍ଚ କେଡ଼େ ଗଭୀର    କେ ପାଇବ ସେ ପ୍ରେମ ସ୍ଥଳ

ଅଟଇ ଅକୂପାର,

ସେହ ିପ୍ରେମଧନ ମୋ ବୋଧ-ଅଗମ୍ୟ, ବର୍ଣ୍ଣ ିପାରବିି କି ଅଯୋଗ୍ୟ ଦାସ । ୫ ।

 
 

click the link below to listen full song and know the tune

Leave a comment

Your email address will not be published. Required fields are marked *