kohile probhu sworgo raajono

କହିଲେ ପ୍ରଭୁ ସ୍ୱର୍ଗ ରାଜନ

ପ୍ରିୟ ପୁତ୍ର ଖ୍ରୀଷ୍ଟଙ୍କୁ ଏ ବଚନ । ଘୋଷା ।

ଯେ ଯାଏ ତୁମ୍ଭର ଶତ୍ରୁ ସମସ୍ତ   

ନୁହଁନ୍ତି ତବ ପାଦ ତଳେ ନତ । ୧ ।

ସେ ପର୍ଯ୍ୟନ୍ତ ବସ ଆମ୍ଭ ଦକ୍ଷିଣେ 

ହେବେ ଶତ୍ରୁଗଣ ତୁମ୍ଭ ଅଧୀନେ । ୨ ।

ସିୟୋନଠାରୁ ତୁମ୍ଭ ବଳବନ୍ତ     

ରାଜଦଣ୍ଡ ନିଶ୍ଚେ ହେବ ନିର୍ଗତ

ଶତ୍ରୁଗଣ ମଧ୍ୟେ କରିବ ରାଜ୍ୟ,

ତୁମ୍ଭ ମହାନାମ ହୋଇବ ପୂଜ୍ୟ । ୪ ।

ଦେଖ ତୁମ୍ଭର ବିକ୍ରମ ଦିନରେ    

ଆବର ଧର୍ମର ସୁଶୋଭନରେ । ୫ ।

ତୁମ୍ଭ ଲୋକମାନେ ସ୍ୱଚ୍ଛନ୍ଦ ହେବେ,

ଆନନ୍ଦେ ତବ ପ୍ରଶଂସା ଗାଇବେ । ୬ ।

ପ୍ରଭାତର ଗର୍ଭଜାତ କାକର 

ତହୁଁ ବୃଦ୍ଧି ହେବ ତୁମ୍ଭ ବଂଶର । ୭ ।

Leave a comment

Your email address will not be published. Required fields are marked *

One thought on “kohile probhu sworgo raajono”