mo jishu raajono binaa mo jibono brutha sina

ମୋ ଯୀଶୁ ରାଜନ ବିନା

ମୋ ଜୀବନ ବୃଥା ସିନା ହେ । ଘୋଷା ।

ସେହି ମୋର ପ୍ରାଣଧନ,           ସେହି ଅନନ୍ତ ଜୀବନ

ପୁଣି ସେହି ମୋର ନିତ୍ୟ ଭାବନା । ୧ ।

ଯଦି ସ୍ୱର୍ଗେ ବାସ ମୋର,          ଦୂତ ସାଧୁଙ୍କ ସଙ୍ଗର,

ମୋର ଯୀଶୁ ବିନା ନାହିଁ ସାନ୍ତ୍ୱନା । ୨ ।

ପାଇଲେ ସର୍ବ ଜଗତ,               ତହିଁ ମନ ନାହିଁ ତୃପ୍ତ,

ମୋର ଖ୍ରୀଷ୍ଟାଭାବେ ସଦା ଶୋଚନା । ୩ ।

ଆହା ସେହି କି ସୁଡ଼ୌଲ,          ଶାରୋଣ ଗୋଲାପ ଫୁଲ,

ମୋର ଆଘ୍ରାଣରେ କେଡ଼େ ବାସନା । ୪ ।

ତାଙ୍କ ପ୍ରସନ୍ନ ବଦନହରଇ ଦୁଃଖ କଷଣ,

ମୋତେ ଧର୍ମ ଆତ୍ମା ଦାନେ ସାନ୍ତ୍ୱନା । ୫ ।

ଯୀଶୁରେ ବନ୍ଧା ମୋ ପ୍ରାଣ,        ଯୀଶୁ ବିନା ନାହିଁ ତ୍ରାଣ,

ମୋର ନାହିଁ ନାହିଁ ଅନ୍ୟେ କାମନା । ୬ ।

Leave a comment

Your email address will not be published. Required fields are marked *