( mote) khoji khoji jishu oyeele

( ମୋତେ) ଖୋଜି ଖୋଜି ଯୀଶୁ ଅଇଲେ,

ମୋ ଛାର ପାଇଁକି ସରଗ ତିଆଗି ଅଶେଷ ଯାତନା ସହିଲେ । ଘୋଷା ।

 

 ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚେ ଖୋଜି ଖୋଜି ଶେଷେ ପାଇଲେ,

ଆହା କି ଆଦରେ ପରମାନନ୍ଦରେ ଧୂଳି ଝାଡ଼ି କୋଳେ ଧଇଲେ । ୧ । 

 

ଜୀବନ ଦେବତା ଅତି ମଳିନତା ଦେଖି ମନେ ବ୍ୟଥା ପାଇଲେ,

ନିଗାଡ଼ି ନିଜର ହୃଦୟ ରୁଧିର ନିଜ ଅନୁରୂପେ ଧୋଇଲେ । ୨ । 

 

ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତା ଆପଣେ ଶ୍ରୀଅଙ୍ଗେ ବହିଲେ,

ମରଣ ଦାରୁଣ ପଣରେ ନବୀନ ଜୀବନର ମାର୍ଗ ନିହିଲେ । ୩ । 

 

ମରଣର ଭୀତି କ୍ରୁଶ ଯନ୍ତ୍ରେ ଇତି କରି ମହାମୁକ୍ତି ବିହିଲେ,

ସରଗ କାହାଣୀ ମୋ ପାଶେ ବଖାଣି ପ୍ରେମରେ ପରାଣ ମୋହିଲେ । ୪ ।

 

 ସଫଳ ଜୀବନ ଯୀଶୁ ଶ୍ରୀଚରଣ ପରିଚାରପଣ ପାଇଲେ,

ବୃଥା ଏ ଜନମ ପୂଜା ଅନୁଷ୍ଠାନ ମହାପ୍ରଭୁ କୃପା ନୋହିଲେ । ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *