ନ ପାସୋର ତାଙ୍କୁ ମନ, ନ ପାସୋର କଦାଚନ,
ଯେଉଁ ପ୍ରିୟତମ ମିତ୍ର ତୋ ପାଇଁ ଦେଲେ ଜୀବନ । ଘୋଷା ।
କରିବାକୁ ଧନବାନ ହେଲେ ମୋ ପାଇଁ ନିର୍ଦ୍ଧନ,
ମୁହିଁ ଅତି ଦୀନହୀନ କି କରିବି ପ୍ରତିଦାନ ା ୧ ।
ବହିଲେ ମୋର ଦୂରିତ, ହେଲେ ମୋ ପାଇଁ ଲଜ୍ଜିତ,
ଢାଳିଲେ ନିଜ ଶୋଣିତ, ଆହା କି ବିଚିତ୍ର ପ୍ରେମ ା ୨ ।
ମୋତେ ଦେବାକୁ ଜୀବନ ଭୋଗିଲେ କ୍ରୁଶେ ମରଣ,
ଶତ୍ରୁଙ୍କ ପାଇଁ ଏସନ ପ୍ରେମ ନୋହିଲା ଦର୍ଶନ ା ୩ ।
ହେଉ ମନୁଁ ବିସ୍ମରଣ ସର୍ବ ମୋହ ମାୟାମାନ,
ତାଙ୍କୁ ନ ପାସୋର ମନ, ସେହି ମୋର ଧ୍ୟାନ ଗାନ ା ୪ ।