probhaato o sondhyaa stuti mono moro

ପ୍ରଭାତ ଓ ସନ୍ଧ୍ୟାର ସ୍ତୁତି ମନ ମୋର,

ଜାଗ ଜାଗ, ପ୍ରାର୍ଥନାରେ ଜାଗରେ । ଘୋଷା । 

 

ରାତ୍ରି ହେଲା ଅବସାନ, ଭାନୁ ଦୀପ୍ତି ଆଗମନ,

ନିଦ୍ରା ଭାଙ୍ଗି ପକ୍ଷୀଗଣ କରୁଛନ୍ତି ଗାନରେ । ୧ । 

 

ଗତ ରାତ୍ର ଆଶଙ୍କାରୁ ପାପ ମନ୍ଦ ପରୀକ୍ଷାରୁ

 ରଖିଲେ ଯେ ପ୍ରଭୁ ତୋତେ ତାଙ୍କ ସ୍ତବ ଗାଅରେ । ୨ । 

 

କୁଶଳେ ହେବାକୁ ଶେଷ ଆଜି ଦିବସ ପ୍ରବାସ,

ମାଗ ତୋ ସ୍ୱର୍ଗସ୍ଥ ପିତା ପାଶ ଏହି ବରରେ । ୩ ।

ଧର୍ମ ପଥେ ସଦା ଥାଅ, ପାପ ପାଶକୁ ନ ଯାଅ,

ଦିବସ ସନ୍ତାନ ପରି ନିତ୍ୟ କର୍ମ ସାଧରେ । ୪ ।

ଖ୍ରୀଷ୍ଟ ତୋର ତ୍ରାଣକର୍ତ୍ତା ପୁଣି ଆତ୍ମାର ବେବର୍ତ୍ତା,

ତାଙ୍କ ପାଦେ ସବୁ ଚିନ୍ତା ଭାର ନେଇ ଥୁଅରେ । ୫ । 

 

ସଂସାର-ସିନ୍ଧୁ କଲ୍ଲୋଳ ତରିବାକୁ ନାହିଁ ବଳ,

ଖ୍ରୀଷ୍ଟ ପ୍ରାୟଶ୍ଚିତ୍ତ-ନାବେ ଚଢ଼ି ହୁଅ ପାରିରେ । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *