probhu mondire muhin probeshile

ପ୍ରଭୁ ମନ୍ଦିରେ ମୁହିଁ ପ୍ରବେଶିଲେ ବହୁବିଧ ଲାଭ ମିଳଇ । ଘୋଷା । 

 

ବିବିଧ ଦୁଃଖ ମୋ ପଛେ ଥାଏ ଗୋଡ଼ାଇ,

ପ୍ରଭୁ ଶ୍ରୀମୁଖ ଦର୍ଶନେ ଯାଏ ପଳାଇ । ୧ ।

ପ୍ରଭୁଙ୍କ ଶାସ୍ତ୍ରରୁ ସୁପଦେଶ ଶୁଣଇ,

ସ୍ୱର୍ଗପଥ ପାଇ ସୁଖେ କାଳ କାଟଇ । ୨ ।

ପ୍ରଭୁଙ୍କ ପ୍ରାର୍ଥନା ଗୃହ ବିଖ୍ୟାତ ଏହି,

ପ୍ରାର୍ଥନାରୁ କେଡ଼େ ସୁଖ ଶାନ୍ତି ଜନ୍ମଇ । ୩ । 

 

ଧ ୍ୟାନାଳୟ ଅଟେ ଏହି ମୋହରି ପାଇଁ,

ପ୍ରଭୁଙ୍କୁ ଧ୍ୟାଇଲେ ସୁଖ ଶାନ୍ତି ଆସଇ । ୪ ।

ଗାୟନର ଗୃହ ଏ ମୋ ପ୍ରବାସ ପାଇଁ,

ତହିଁରୁ ସୁଖ ଆହ୍ଲାଦ ମନେ ଜନ୍ମଇ । ୫ ।

ଏଣୁ ପ୍ରଭୁ ମନ୍ଦିରକୁ ସୁଶ୍ରଦ୍ଧା ବହି,

ଆସ ସର୍ବେ ଆସ ଅତି ହରଷ ହୋଇ । ୬ ।

 

 ରିକ୍ତ ହସ୍ତେ ନ ଫେରିବ ଗୃହକୁ କେହି,

ପୂର୍ଣ୍ଣ ହସ୍ତେ ଯିବ ପ୍ରଭୁ କରୁଣା ପାଇ । ୭ ।

 ଆହେ ପ୍ରଭୁ ଯୀଶୁ ତବ ମନ୍ଦିର ପାଇଁ ସତତ ଉଦ୍‌ଯୋଗୀ ଚିତ୍ତ ଦିଅ ବଢ଼ାଇ । ୮ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *