rasanaa tu aa re rasanaa re

ରସନା, ତୁ ଆନେ ରସନା ରେ,

କେବଳ ଖ୍ରୀଷ୍ଟଙ୍କ ପ୍ରେମାମୃତ ପାନ ବିନୁ କରୁଛି ମନାରେ । ଘୋଷା ।

ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ତନୟ    ସେ ତ ଅନାଦି ଅନନ୍ତ ଅବ୍ୟୟ,

ଅଜର ଅମର ଭୋଗିଲେ ମରଣ ତୋର ପାପ ପାଇଁ ସିନାରେ । ୧ ।

ନାହିଁ କେହି ତ୍ରିଭୁବନ ମଧ୍ୟରେ   ଯୀଶୁ ଖ୍ରୀଷ୍ଟ ପରି ଆଉ ଜଣେରେ 

ଆପଣେ ମରିବ ପରକୁ ତାରିବ ଭୋଗିବ ତା ଯାତନାରେ । ୨ ।

କରି ଶତ୍ରୁକୁ ମିତ୍ର ପରି ସ୍ନେହ     କିଏ ଦେବ ଆପଣା ପ୍ରାଣ ଦେହ ?

ଖ୍ରୀଷ୍ଟ ପ୍ରେମ କଲେ, ଶତ୍ରୁ ହସ୍ତେ ମଲେ, ଶତ୍ରୁ ପାଇଁ ପ୍ରାର୍ଥନାରେ । ୩ ।

ଧନ୍ୟ ବୋଲ ତାଙ୍କୁ ତୁ ନିରନ୍ତର ସ୍ତୁତି ପ୍ରଶଂସା କର ତୁ ତାଙ୍କର,

ତାଙ୍କୁ କର ଭକ୍ତି, ସେ କରିବେ ମୁକ୍ତି ପୂର୍ଣ୍ଣ କରି କାମନାରେ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *