ସୁମଙ୍ଗଳରୂପ ବାରି ନବ ଦମ୍ପତ୍ତି ଉପରି
ପଡ଼ୁ ସୁବୃଷ୍ଟିର ପରି ବାହୁଲ୍ୟରେ କରି । ଘୋଷା ।
ସୁଖ ଶାନ୍ତିର ନିର୍ଝର ଅଟନ୍ତି ଯେଉଁ ଈଶ୍ୱର,
କରୁଣା ସଦା ତାଙ୍କର ହେଉ ସଙ୍ଗତର । ୧ ।
ଆଜି ଏକ ଯେଉଁ ପ୍ରେମେ ହେଉଛନ୍ତି ବେନି ଜଣେ,
ନୋହୁ ଊଣା କଦାଚନେ ମରଣ ବିହୁନେ । ୨ ।
ଦୁଃଖେ ସୁଖେ ଏକ ମନ ଧ ରି ଏହି ବେନି ଜଣ
କରନ୍ତୁ ଯାବଜ୍ଜୀବନ କୁଶଳେ କ୍ଷେପଣ । ୩ ।
ପ୍ରଭୁ ପ୍ରସନ୍ନ ବଦନ କରୁ ସର୍ବଦା ଆଚ୍ଛନ୍ନ,
ବୋଲି ହୃଷ୍ଟେ ସର୍ବଜନ ଆମେନ ଆମେନ । ୪ ।