uttho huo deeptimaano ondho kaaro baasi gono

ଉଠ, ହୁଅ ଦୀପ୍ତିମାନ ଅନ୍ଧକାର ବାସୀଗଣ,

ହେ ମୃତ୍ୟୁଚ୍ଛାୟା ନିବାସୀ, କର ଦୀପ୍ତିରେ ଗମନ । ଘୋଷା ।

ହୁଅଇ ଉଜ୍ଜ୍ୱଳ ଅତି, ଉଦେ ହେଲେ ମହାଜ୍ୟୋତିଃ,

ବେଥଲିହିମ ନଗରେ ଖ୍ରୀଷ୍ଟ-ସୂର୍ଯ୍ୟ ପ୍ରକାଶନ । ୧ ।

ସେ ତପନୋଦୟ ପୂର୍ବେ ଦୀପ୍ତିହୀନ ଥିଲେ ସର୍ବେ

ଏବେ ସର୍ବ ଦେଶେ ତ୍ରାଣ-ଦିନ ମଧ୍ୟାହ୍ନ ସମାନ । ୨ ।

ଧର୍ମ-ଭାନୁ ଅଗ୍ରଗାମୀ ପ୍ରଭାତ ତାରା ପ୍ରକାଶ,

ପୂର୍ବ ଦେଶେ ଜ୍ଞାନୀଗଣ ତାରା ଦେଖି ହୃଷ୍ଟମନ

ଆସି ଯିହୁଦା ଦେଶେଣ କଲେ ଖ୍ରୀଷ୍ଟ ଅନ୍ୱେଷଣ,

ପଚାରିଲେ, କେଉଁଠାରେ ପାଇବା ତାଙ୍କ ଦର୍ଶନ । ୪ ।

ପ୍ରଭୁ ନିଜ ଅଧିକାରେ ଅଇଲେ ନମ୍ର ଭାବରେ,

ତୁଚ୍ଛ କରି ପ୍ରଜାଗଣ  କଲେ ଅନ୍ଧାର ଗ୍ରହଣ । ୫ ।

ନ କର ତାହାଙ୍କୁ ତୁଚ୍ଛ ତାଙ୍କ ବିନା ସର୍ବ ମିଛ,

ଆସ ତାହାଙ୍କ ଦୀପ୍ତିରେ          କରିବା ହୃଷ୍ଟେ ଗମନ । ୬ ।

ଆସି ତାହାଙ୍କ ନିକଟ କର ସର୍ବେ ଦଣ୍ଡବତ,

ତାଙ୍କ ମସ୍ତକେ ମୁକୁଟ ଦିଅ ରାଜା ପ୍ରଜାଗଣ । ୭ ।

ପଣ୍ଡିତଗଣ ଯେସନ  ଦେଲେ ବହୁମୂଲ୍ୟ ଧନ,

ତେହ୍ନେ ଆହେ ନରଗଣ         ସମର୍ପି ତାହାଙ୍କୁ ମନ । ୮ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *