(aaji) khristiya gruhare

(ସ୍ୱର : ଆଜି ନଗରେ ନଗରେ ଗ୍ରାମରେ ଗ୍ରାମରେ)

(ଆଜି) ଖ୍ରୀଷ୍ଟୀୟ ଗୃହରେ,

ଖ୍ରୀଷ୍ଟ ପରିବାରେ ଶୁଭୁ ଯୀଶୁଙ୍କର ଜୟ ଗୀତ । ଧ୍ରୁବ । 

 

ବିଗତ ଦିନର ଶତ ମଳିନତା

ପାପ ପ୍ରତି ଆଶା,      ହେ ପାପ ହରତା ହରି ନେଇ ସବୁ କର ହେ ଜୀବିତ

ତୁମରି ଜୀବନେ ଯୀଶୁ ନାଥ

ସାନ ମେଷପଲ ଆମ ପରିବାର, ହେ ମେଷପାଳକ,

ରଖ କରି ସ୍ଥିର, ଶ୍ୟାମ ତୃଣମୟ ଚରାଣି ସ୍ଥାନରେ

ରଖ ଆମକୁ ହେ ଅବିରତ । ୨ ।

ଆସଇ ବିପଦ        ଯେବେ ଘନ ହୋଇ

କଳା ମେଘ ଘୋଟି   ଯାଏ ହୃଦ ଭୂଇଁ

ଆମ ପରିବାର ରକ୍ଷା କର ପ୍ରଭୋ, ଜୀବନକାଣ୍ଡାରି ଯୀଶୁ ନାଥ । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

2 thoughts on “(aaji) khristiya gruhare”