aso aso pila mane

ଆସ, ଆସ ପିଲାମାନେ

ଗାଇବା ଆନନ୍ଦରେ;

ପ୍ରଭୁ ଏବେ ଏହି ସ୍ଥାନେ ଶୁଣନ୍ତି ସନ୍ତୋଷରେ । ୧ । 

 

ସଦାବେଳେ ସମାନ

ଥ ।ନ୍ତି ସେ ଦୟାବାନ । ଜୀବନର ଶେଷ ଯାଏ ଦେହ ପୁଣି ଆତ୍ମାରେ;

ଆଶୀର୍ବାଦ ଯେତେ ଥାଏ

ଦିଅନ୍ତି ବାହୁଲ୍ୟରେ । ୨ ।

ପାପୀମାନଙ୍କୁ ଅନାଇ

ଦୟାପୂର୍ଣ୍ଣ ଚିତ୍ତରେ;

ପାପଠାରୁ ମୁକୁଳାଇ ନେଲେ ମୁକ୍ତି ମାର୍ଗରେ । ୩ ।

ଯୀଶୁ ପାପ ଭାର ନେଲେ

ଆପଣାର ଦେହରେ;

ଏଣୁ ତାଙ୍କ ପ୍ରାଣ ଦେଲେ ମହା ପ୍ରାୟଶ୍ଚିତ୍ତରେ । ୪ ।

 

 ସେ ପବିତ୍ର ଆତ୍ମା ଦେଇ ଶିଷ୍ୟଙ୍କୁ ସଂସାରରେ;

ସ୍ୱର୍ଗପୁର ବାଟେ ନେଇ

ଆପେ ଥାନ୍ତି ପାଶରେ । ୫ ।

ଯୀଶୁ ଏବେ ସଙ୍ଗୀ ହେବେ

ପୁଣି ଯାତ୍ରା ଶେଷରେ;

ସ୍ୱର୍ଗରେ ବିଶ୍ରାମ ଦେବେ ଆପଣାର ପାଶରେ । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *