( ସ୍ୱର : ଆସ ଶିଶୁ ସଖା ଯୀଶୁ )
ଆସ ଯୀଶୁ ରୁହ ତୁମେ ନିତି ଆମ ସାଥୀରେ
ଆମେ ତୁମ ସାନ ଶିଶୁ ଡାକୁଅଛୁ ଅଧୀରେ । ଧ୍ରୁବ ।
ଆମ ପ୍ରିୟ ପିତାମାତା ପୁଣି ଯେତେ ଭଗ୍ନୀ ଭ୍ରାତା
ସମସ୍ତଙ୍କୁ ଆଉଜାଇ ରଖ ତୁମ କୋଳରେ । ୧ ।
ଦେଖାଇ ସୁନ୍ଦର ଗୁଣ ତୁମ ପରି ହେବୁ ପୁଣ
ଜୀବନ ବାସନା ଆମ ବିକଶୁ ଜଗତରେ । ୨ ।
ସାନ ଶାମୁୟେଲ ପରି ପ୍ରଭୁ ଭୟ ଦିଅ ଭରି
ତୁମ ରବ ଶୁଣିବାକୁ ଇଚ୍ଛା ଜାଗୁ ଅନ୍ତରେ । ୩ ।
ଆମ ପ୍ରିୟ ପରିବାରେ ରୁହ ପ୍ରଭୁ ଚିରତରେ,
ତୁମରି ରୂପର ଜ୍ୟୋତିଃ ଫୁଟୁ ଆମ ରୂପରେ । ୪ ।