ଆସ ପିଲାମାନେ ସାଧୁ କୂଳରେ
ମିଳିବା ଏ ସ୍ଥାନେ ସଣ୍ଡେସ୍କୁଲରେ
ପ୍ରଭୁ ଏହିଠାରେ ଦେଖା ଦିଅନ୍ତି,
ଆମ୍ଭ ମାଗିବାରେ ପାଶେ ନିଅନ୍ତି । ୧ ।
ସଣ୍ଡେସ୍କୁଲରେ ଥାଇ ଜ୍ଞାନ ପାଇବା
ତ୍ରାଣଜ୍ଞାନ ପାଇ ଗୀତ ଗାଇବା ।
ଆସ ପିଲାମାନେ ଆଜ୍ଞା ହେବାରେ
ମିଳିବା ଏ ସ୍ଥାନେ ସ୍କୁଲ- ସେବାରେ,
ଯୀଶୁ ଏହିଠାରେ ଆଶ୍ରା ଦିଅନ୍ତି,
ତାଙ୍କୁ ମାନିବାରେ କୋଳେ ନିଅନ୍ତି । ୨ ।
ଆସ ପିଲାମାନେ ଆଶ୍ରା ନେବାରେ
ମିଶିବା ଏ ସ୍ଥାନେ ଆତ୍ମା ସେବାରେ,
ଆତ୍ମା ଏହିଠାରେ ଶିକ୍ଷା ଦିଅନ୍ତି,
ବିଧି ଅନୁସାରେ ବାଟେ ନିଅନ୍ତି । ୩ ।