aso pilamane sadhu kulare

ଆସ ପିଲାମାନେ     ସାଧୁ କୂଳରେ 

ମିଳିବା ଏ ସ୍ଥାନେ     ସଣ୍ଡେସ୍କୁଲରେ

ପ୍ରଭୁ ଏହିଠାରେ      ଦେଖା ଦିଅନ୍ତି,

ଆମ୍ଭ ମାଗିବାରେ     ପାଶେ ନିଅନ୍ତି  । ୧ ।

ସଣ୍ଡେସ୍କୁଲରେ ଥାଇ ଜ୍ଞାନ ପାଇବା 

ତ୍ରାଣଜ୍ଞାନ ପାଇ       ଗୀତ ଗାଇବା । 

ଆସ ପିଲାମାନେ     ଆଜ୍ଞା ହେବାରେ 

ମିଳିବା ଏ ସ୍ଥାନେ     ସ୍କୁଲ- ସେବାରେ,

ଯୀଶୁ ଏହିଠାରେ     ଆଶ୍ରା ଦିଅନ୍ତି,

ତାଙ୍କୁ ମାନିବାରେ     କୋଳେ ନିଅନ୍ତି  । ୨ ।

ଆସ ପିଲାମାନେ     ଆଶ୍ରା ନେବାରେ

ମିଶିବା ଏ ସ୍ଥାନେ     ଆତ୍ମା ସେବାରେ,

ଆତ୍ମା ଏହିଠାରେ     ଶିକ୍ଷା ଦିଅନ୍ତି,

ବିଧି ଅନୁସାରେ      ବାଟେ ନିଅନ୍ତି  । ୩ ।

Leave a comment

Your email address will not be published. Required fields are marked *