chahan chahan bare ahe patoki nare

ଚାହଁ ଚାହଁ ବାରେ    ଆହେ ପାତକୀ ନରେ

ତୁମରି ମୁକତି ପାଇଁ  ଯୀଶୁ କ୍ରୁଶୋପରେ । ଘୋଷା ।

ଜଗତ ପାପର ଭାର ମସ୍ତକେ କଣ୍ଟକ ହାର,

ଅଭିଶାପାନଳ ତୋର            ନିଅନ୍ତି ବକ୍ଷରେ । ୧ ।

ରକ୍ତିମ ଶୋଣିତ ସ୍ରୋତ          ବହିଯାଏ ଅବିରତ,

ହସ୍ତପଦ କଣ୍ଟାବିଦ୍ଧ   ଭଗ୍ନ କଳେବରେ । ୨

କଲେ ଦୁର୍ବୃତ୍ତ ଉପେକ୍ଷା           “ନିଜେ ନ କଲ ସୁରକ୍ଷା”

ଆହା କଲେ ପାପୀ ରକ୍ଷା        କ୍ଷମା ନିୟତିରେ । ୩ ।

ସବୁ କାଳର ବିଦ୍ରୋହ            କରେ ତାଙ୍କ ଚିତ୍ତଦାହ

ଆହା ସୁଧାମୟ ସ୍ନେହ           ଝରଇ ରୁଧିରେ । ୪ ।

ଅତୀତ କାଳ କଳୁଷ ସବୁ କରନ୍ତି ବିନାଶ,

ବିଶ୍ୱାସେ ପ୍ରେମ ପୀୟୁଷ ଯେ ନିଏ ଅଚିରେ । ୫ । 

 

କ୍ରୁଶ ପାଶେ ରହି ନିତ୍ୟ ଯାଉ ସଶଙ୍କିତ ଚିତ୍ତ 

ମୁହିଁ ପାପୀ ଆଶାନ୍ୱିତ ସାରା ଜୀବନରେ । ୬

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “chahan chahan bare ahe patoki nare”