doyamaya jishu priya hai moro

(ସ୍ୱର : ଦୟାମୟ ଯୀଶୁ ଧନ ହେ)

ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ । ଘୋଷା ।

ନିଅ ବୋଲି ପ୍ରଭୁ ଦେଲି ମୁହିଁ ତୋଳି

ଅତୀତ ଜୀବନ ଶତ ବ୍ୟଥା କାଳି; ଲହୁ ଲୁହେ ଧୋଇ ଦିଅ ପ୍ରେମମୟ

ତୁମ ଯୋଗ୍ୟ କରି ନିଅ ହେ     । ୧ ।

କ୍ରୁଶ କୋରଡ଼ାରେ ଦିଅ ଭାଙ୍ଗି ଦିଅ ସଂସାରର ଶତ ବାସନାର ମୋହ,

ନାହିଁ ମୋର ଶକ୍ତି ଟାଣେ ଜଗତ୍‌ପତି

ତୁମ ଶକ୍ତି ମୋତେ ଦିଅ ହେ । ୨ । 

 

ଲାଜ, ଅପମାନ, ଯଶ, ସନମାନ

ତୁମ ପ୍ରେମେ ଯେହ୍ନେ ହୁଏ ଗୋ ସମାନ

କାଲବେରୀ ସ୍ରୋତ ପ୍ରେମର ସଙ୍ଗୀତ ବୁକୁ ତଳେ ମୋର ଦିଅ ହେ           । ୩ ।

ଗର୍ବ ଦମ୍ଭ ମୋର ସବୁ କରି ଚୂର୍ଣ୍ଣ

ନିଅ ତୁମେ ମୋର ଭଙ୍ଗା ଚୂନା ମନ

ତୁମରି ବାସନା ପୁରାଇ ଜୀବନେ ସଦା ମୋର ପାଶେ ଥାଅ ହେ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *