ଗାଅ ଜଗଜ୍ଜନେ ଆନନ୍ଦିତ ମନେ ମୃତ୍ୟୁଞ୍ଜୟୀ ଯୀଶୁ ଭୁବନେ
ଉଠିଲେଣି ଆମ କ୍ରୁଶୀୟ ଯୀଶୁ ଭେଟ ଯାଇ ତାଙ୍କ ଚରଣେ । ଘୋଷା ।
ମୃତ୍ୟୁର ନାହୁଡ଼ ଭାଙ୍ଗିଗଲା ଆଜି
ପାପୀର ସ୍ୱପନ ଗଲାଣିତ ଭାଜି
ତା’ ପାପର ଲାଗି ଯୀଶୁ ମୃତ୍ୟୁ ଭୋଗି
ଉଠିଲେଣି ନବ ଜୀବନେ । ୧ ।
କ୍ଷୁଧିତ ତୃଷିତ ଆସ ବେଗେ ଧାଇଁ
ଚିନ୍ତା ଦୁଃଖ ମନୁଁ ନିରାଶ ଘୁଞ୍ଚାଇ
ଉଠିଲେଣି ସେହି କବର ଫିଟାଇ
ପାପୀ ଉଦ୍ଧାର କାରଣେ । ୨ ।
ପାପୀର ମୁକତି ହୋଇଲା ସାଧିତ କ୍ରୁଶେ ପରେ ହୋଇ ଯୀଶୁଖ୍ରୀଷ୍ଟ ହତ
ନାଚି ଉଠେ ଆଜି ପାପୀର ପରାଣ
ଆଶାଭରା ତାର ଜୀବନେ । ୩ ।
One thought on “gao jagajanne anandita mane”
Hari