gao jagajanne anandita mane

ଗାଅ ଜଗଜ୍ଜନେ ଆନନ୍ଦିତ ମନେ ମୃତ୍ୟୁଞ୍ଜୟୀ ଯୀଶୁ ଭୁବନେ

ଉଠିଲେଣି ଆମ କ୍ରୁଶୀୟ ଯୀଶୁ ଭେଟ ଯାଇ ତାଙ୍କ ଚରଣେ । ଘୋଷା ।

ମୃତ୍ୟୁର ନାହୁଡ଼ ଭାଙ୍ଗିଗଲା ଆଜି

ପାପୀର ସ୍ୱପନ ଗଲାଣିତ ଭାଜି

ତା’ ପାପର ଲାଗି ଯୀଶୁ ମୃତ୍ୟୁ ଭୋଗି

ଉଠିଲେଣି ନବ ଜୀବନେ        । ୧ ।

କ୍ଷୁଧିତ ତୃଷିତ ଆସ ବେଗେ ଧାଇଁ

ଚିନ୍ତା ଦୁଃଖ ମନୁଁ ନିରାଶ ଘୁଞ୍ଚାଇ

ଉଠିଲେଣି ସେହି କବର ଫିଟାଇ

ପାପୀ ଉଦ୍ଧାର କାରଣେ         । ୨ ।

ପାପୀର ମୁକତି ହୋଇଲା ସାଧିତ କ୍ରୁଶେ ପରେ ହୋଇ ଯୀଶୁଖ୍ରୀଷ୍ଟ ହତ

ନାଚି ଉଠେ ଆଜି ପାପୀର ପରାଣ

ଆଶାଭରା ତାର ଜୀବନେ       । ୩ ।

Leave a comment

Your email address will not be published. Required fields are marked *

One thought on “gao jagajanne anandita mane”