ହୃଦୟ-ରତନ ଯୀଶୁ ମୋର ଅମୂଲ୍ୟ ମଣି,
ସେହି ମୋର ଗଣ୍ଠିଧନ, ତ୍ରିଭୁବନ ଅଗ୍ରଣୀ । ଘୋଷା ।
ସେ ଜୀବାତ୍ମା ବାଞ୍ଛିତ ସର୍ବ ଦ୍ରବ୍ୟ ସଞ୍ôଚତ
ସର୍ବ ସୁଖେ ସୁରଞ୍ଜିତ ସେ ଅପୂର୍ବ ବିପଣି ା ୧ ।
ତମୋମୟ ପାତକ ହେଲେ ଶାନ୍ତି ଘାତକ,
ସେହି ବିରାମ-ଦାୟକ ପୁଣ୍ୟମୟ ଖମଣି ା ୨ ।
ଅସଂଖ୍ୟ ନରନାରୀ ପାପ ନରକୁଁ ତାରୀ
ନାମ ବହି ତ୍ରାଣକାରୀ କଲେ ମହା କରଣୀ ା ୩ ।
ପାପୀ ପାଇଁ ତାଙ୍କର ପ୍ରେମ ସୁଧା-ନିର୍ଝର
ଝରୁଅଛି ନିରନ୍ତର ସେ ପୂର୍ଣ୍ଣ ନିର୍ଝରଣୀ ା ୪ ।
ମୋହମାୟା ସଂସାରେ ପାପର ପାରାବାରେ
ସର୍ବ ଭୟ ନାଶିବାରେ ସେ ନିଶ୍ଚିଦ୍ର ତରଣୀ ା ୫ ।
ପଥ-ବିଭ୍ରାନ୍ତ ପରି ହେଲେ ଦଶା ମୋହରି
ସେହି ନେବେ ହସ୍ତ ଧରି ସ୍ୱର୍ଗପୁର ସରଣୀ ା ୬ ।
ଯୀଶୁ ମୋ ଶିରୋମଣି, ଯୀଶୁ ଜୀବ ରକ୍ଷଣି,
ଯୀଶୁ ସ୍ୱର୍ଗ ଆକର୍ଷଣୀ, ନିର୍ଭୟ ମୁଁ ଏକ୍ଷଣି ା ୭ ।
ତାଙ୍କର ପ୍ରାୟଶ୍ଚିତ୍ତେ ମୋ ଭରସା ନିଶ୍ଚିତେ
ରଖି ମୁଁ ଆନନ୍ଦ ଚିତ୍ତେ ତେଜିବି ଏ ଧରଣୀ