hrudaya ratana jishu moro amulya moni

ହୃଦୟ-ରତନ ଯୀଶୁ ମୋର ଅମୂଲ୍ୟ ମଣି,

ସେହି ମୋର ଗଣ୍ଠିଧନ, ତ୍ରିଭୁବନ ଅଗ୍ରଣୀ । ଘୋଷା ।

ସେ ଜୀବାତ୍ମା ବାଞ୍ଛିତ ସର୍ବ ଦ୍ରବ୍ୟ ସଞ୍ôଚତ           

ସର୍ବ ସୁଖେ ସୁରଞ୍ଜିତ ସେ ଅପୂର୍ବ ବିପଣି   ା ୧ ।

ତମୋମୟ ପାତକ   ହେଲେ ଶାନ୍ତି ଘାତକ,

ସେହି ବିରାମ-ଦାୟକ            ପୁଣ୍ୟମୟ ଖମଣି    ା ୨ ।

ଅସଂଖ୍ୟ ନରନାରୀ  ପାପ ନରକୁଁ ତାରୀ  

ନାମ ବହି ତ୍ରାଣକାରୀ            କଲେ ମହା କରଣୀ  ା ୩ ।

ପାପୀ ପାଇଁ ତାଙ୍କର ପ୍ରେମ ସୁଧା-ନିର୍ଝର 

ଝରୁଅଛି ନିରନ୍ତର    ସେ ପୂର୍ଣ୍ଣ ନିର୍ଝରଣୀ  ା ୪ ।

ମୋହମାୟା ସଂସାରେ          ପାପର ପାରାବାରେ

ସର୍ବ ଭୟ ନାଶିବାରେ            ସେ ନିଶ୍ଚିଦ୍ର ତରଣୀ  ା ୫ ।

ପଥ-ବିଭ୍ରାନ୍ତ ପରି    ହେଲେ ଦଶା ମୋହରି          

ସେହି ନେବେ ହସ୍ତ ଧରି         ସ୍ୱର୍ଗପୁର ସରଣୀ     ା ୬

ଯୀଶୁ ମୋ ଶିରୋମଣି,             ଯୀଶୁ ଜୀବ ରକ୍ଷଣି,

ଯୀଶୁ ସ୍ୱର୍ଗ ଆକର୍ଷଣୀ,               ନିର୍ଭୟ ମୁଁ ଏକ୍ଷଣି     ା ୭ ।

ତାଙ୍କର ପ୍ରାୟଶ୍ଚିତ୍ତେ  ମୋ ଭରସା ନିଶ୍ଚିତେ           

ରଖି ମୁଁ ଆନନ୍ଦ ଚିତ୍ତେ            ତେଜିବି ଏ ଧରଣୀ

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *