kara mono traano ratna jotono

କର ମନ ତ୍ରାଣରତ୍ନ ଯତନ,

ଖ୍ରୀଷ୍ଟ ପରମ ଧନ କି ମହା ମନୋରଞ୍ଜନ ! । ଘୋଷା ।

ଖ୍ରୀଷ୍ଟରତ୍ନ ହୋଇଲେ ପ୍ରାପଣ   ଅନ୍ୟ ଧନେ ନାହିଁ ପ୍ରୟୋଜନ 

ଲାଭ କର ଆରେ ମନ ଯତନେ କରି ସାଧନ । ୧ ।

ସାଂସାରିକ ସମ୍ପତ୍ତି ଧନ ଅଟେ ମିଥ୍ୟା ଛାୟାର ପ୍ରମାଣ;

ତହିଁ ନାହିଁ ମନ ତୃପ୍ତି, ସେହି ଅଟେ ସ୍ୱପ୍ନ ପ୍ରମାଣ । ୨ ।

ଖ୍ରୀଷ୍ଟ-ନିଧି ଅକ୍ଷୟ ନିତ୍ୟ,          ତହିଁ ମନ ହୁଅଇ ତୃପ୍ତ;

ବିଶ୍ୱାସରେ ହୁଏ ପ୍ରାପ୍ତ, ଧର ପ୍ରଭୁ ଯୀଶୁ ଚରଣ । ୩ ।

ଖ୍ରୀଷ୍ଟ ରତ୍ନ ବିହୁନେ ମନ ଆଉ ନାହିଁ ମହା ପରିତ୍ରାଣ,

ନ ପାସୋର ଆରେ ମନ, ସର୍ବଦା କର ଯତନ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *