mote jishu naamo bhala laage re

( ସ୍ୱର : ରସନା ତୁ ଆନେ ରସନା ରେ ) 

ମୋତେ ଯୀଶୁ ନାମ ଭଲ ଲାଗେରେ,

ନାମେ ସୁବିମଳ ପ୍ରେମ ଢଳଢଳ ମୂରତି ଅନ୍ତରେ ଜାଗେରେ । ଘୋଷା ।

ଯୀଶୁ ନାମଟି ତ ପ୍ରେମ ସୁନ୍ଦର, ପ୍ରେମ ଅଙ୍କୁରର ଆଦ୍ୟ ପତର

ପ୍ରେମ ଦ୍ରାକ୍ଷାଲତା ଫଳେ ଆନମିତା ହୃଦକୁଞ୍ଜ ପୁରୋଭାଗେରେ । ୧ ।

ବିଶ୍ୱ ଜନ ମନ ମୋହ ମନ୍ତର, ମହା ପାତକୀ ଶରଣ ପଞ୍ଜର,

କ୍ରୁଶ କାଲଭେରୀ ମହିମା ଗାଉଛି ଅନନ୍ତ ପ୍ରେମ ପ୍ରସଙ୍ଗରେ । ୨ ।

ଦୁଃଖ ଦାବାନଳ ହୃଦ-କାନନ   ନିଦାରୁଣ ପଣେ କଲ ଦହନ 

ଶମଇଁ ଇଷିତେ ଯୀଶୁ ନାମାମୃତେ ନିରମଳ ପ୍ରେମାବେଗେରେ । ୩ ।

ଯୀଶୁ ବିମଳ ପ୍ରେମର ସାଗର  କଳି ପାରିବ କେ କେଡ଼େ ଗଭୀର,

ମଜ୍ଜି ହଜିଯାଏଁ, ଖୋଜିଲେ ନ ପାଏ ସତ୍ତା ମୋର ଅନୁରାଗେରେ । ୪ ।

Leave a comment

Your email address will not be published. Required fields are marked *