ନିରମଳ ନିରମଳ ନିରମଳ ଦେବତା
ସୁର ନର ପ୍ରଶଂସିତ ସୃଷ୍ଟିକରତା । ଧ୍ରୁବ ।
ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା
ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା । ୧ ।
ପ୍ରେମମୟ ଅବତାର ଅଦ୍ୱିତୀୟ କୁମର
କରୁଣା କ୍ଷୀର ସାଗର ବିଶ୍ୱନିୟନ୍ତା । ୨ ।
କୃପାମୟ ‘ଯୁବାମେଷ’ କ୍ରୁଶାର୍ପିତ ନରେଶ,
ପତିତ ଜନ ବାନ୍ଧବ, ପାପହରତା । ୩ ।
ଜ୍ୟୋତିର୍ମୟ, ପବିତ୍ରାତ୍ମା, ସାରତତ୍ତ୍ୱ ବୋଧାତ୍ମା,
ଅନୁପମ ବରଦାତା ନୀତି ବିଧାତା । ୪ ।
ମଧୁମୟ ରତ୍ନାକର ସତ୍ୟ ଶିବ ସୁନ୍ଦର
କରେ ଭିକ୍ଷା, ଦିଅ ନାଥ ! ଭକ୍ତି ମମତା । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.