papi manare thare krusha ku chahan

ପାପୀ ମନରେ ଥରେ କ୍ରୁଶକୁ ଚାହାଁ

ପଳାଶ ପ୍ରସୂନ ନିନ୍ଦି ଅପଘନ ରକତେ ରଞ୍ଜିତ ହୋଇଛି ଆହା । ଘୋଷା ।

ଯିହୁଦୀଏ କରିଣ କୂଟ            ପିନ୍ଧାଇଲେ କଣ୍ଟା ମୁକୁଟ

ପାଦ ପାଣି ପ୍ରେକ ମାରଣାର ଦୁଃଖ ଦେଖିଲେ ହୃଦୟ ବିଦାରେ ଆହା । ୧ ।

ତୋର ପାପ ସନ୍ତାନ ଯେତେ    କ୍ଷୟ ଯିବ ଚାହିଁବା ମାତ୍ରେ 

କ୍ଷମ ଭୟ ଦୂର ହୋଇବ ନିକର

ପରମ ପଥକୁ ହୋଇବ ସାହା । ୨ ।

କ୍ରୁଶ ଯନ୍ତ୍ର ସଂସାରେ ସାର       ପାପୀ ମୁକ୍ତି କୋଠ ଭଣ୍ଡାର

ଦୀନ ଦୁଃଖୀ ରଙ୍କି ପାତକୀଙ୍କ ପାଇଁ କାଲବରୀ ଚୂଳେ ହୋଇଛି ଠିଆ । ୩ ।

Click the link below to konw the song tune

Leave a comment

Your email address will not be published. Required fields are marked *