Pilaankara bondhu jone

ପିଲାଙ୍କର ବନ୍ଧୁ ଜଣେ

ଅଛନ୍ତି ସ୍ୱର୍ଗରେ, ବନ୍ଧୁ ତାଙ୍କ ସମାନ

ନାହିଁ ସଂସାରରେ; ପ୍ରେମ ଥାଏ ତାଙ୍କର ସମାନ ରୂପରେ,

ନୁହଇ ତା ବିକାର

କୌଣସି କାଳରେ    । ୧ ।

ପିଲାଙ୍କ ପାଇଁ ବିଶ୍ରାମ

ଅଛି ସ୍ୱର୍ଗପୁରେ,

ଅତୁଲ୍ୟ ସେ ବିଶ୍ରାମ

ନାହିଁ ତା ପରିରେ;

ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ

ଏ ଯା ମନରେ, ସେ ପିଲା ସେ ବିଶ୍ରାମ

ଭୋଗିବ ସ୍ୱର୍ଗରେ    । ୨ ।

ପିଲାଙ୍କର ପାଇଁ ଗୃହ

ଅଛି ସ୍ୱର୍ଗପୁରେ, କି ସୁରମ୍ୟ ସେ ଗୃହ !

କାହିଁ ତା ପରିରେ ?

ପିଲାମାନେ ସେଠାରେ

ଖ୍ରୀଷ୍ଟଙ୍କ ସଙ୍ଗରେ, ରହିବେ ଏକତ୍ରରେ

ଅନନ୍ତ ସୁଖରେ       । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *