prathonaa ki bohumulya ote saadhu lokoro

ପ୍ରାର୍ଥନା କି ବହୁମୂଲ୍ୟ ଅଟେ ସାଧୁ ଲୋକର !

ନାହିଁ ଏହା ସମ କିଛି ତା ପ୍ରତି ହିତକର । ଘୋଷା ।

ଏହାର ପ୍ରୟୋଜନ   ଜାଣଇ ଭକ୍ତଜନ,

କଞ୍ôଚ ଅଟେ ଦୟାସନ ଆଶିଷ ଭଣ୍ଡାରର । ୧ ।

ଦେହ ପୁଣି ଆତ୍ମାରେ ମଙ୍ଗଳ  ଲଭିବାରେ

ଇଚ୍ଛା ଥିଲେ ପ୍ରାର୍ଥନାରେ ହୁଏ ସେ ଅଗ୍ରସର । ୨ ।

ତହୁଁ ପାଏ ଆନନ୍ଦ    ସୁଖ ଶାନ୍ତି ସ୍ୱଚ୍ଛନ୍ଦ,

ତା ପ୍ରତି କରୁଣା ବନ୍ଦ ନୁହଇ ପ୍ରଭୁଙ୍କର

ତା ଆତ୍ମିକ ଜୀବନ    ଏଥି ହୁଏ ଚାଳନ,

ଅଟେ ସେ ତା ପ୍ରିୟଧନ ବିଶ୍ୱାସ ତା ହୃଦର । ୪ ।

ଅଦୃଶ୍ୟ ପ୍ରଭୁ ପ୍ରତି    ବଢ଼ାଏ ପ୍ରେମ ଭକ୍ତି,

ନିକଟେ ଯେହ୍ନେ ଅଛନ୍ତି କରାଏ ତା ଗୋଚର । ୫ ।

ଏତଦ୍ଦ୍ୱାରା ଦର୍ଶନ     ମିଳେ ପ୍ରଭୁ ବଦନ,

ହୁଏ ଅଭାବ ଖଣ୍ଡନ, ଘୋର ଭୟ ଅନ୍ତର । ୬ ।

ଧର୍ମାତ୍ମା ପାଇବାକୁ   ଧ ର୍ମରେ ବଢ଼ିବାକୁ

ପ୍ରାର୍ଥନା ଦ୍ୱାରା ତାହାକୁ ମିଳଇ ଉପକାର । ୭ ।

ନିରାଶ ଭାବେ ମନ ହୋଇଲେ ଅବସନ୍ନ

ଆଶ୍ୱାସ ପାଏ ବହନ କରି ଖ୍ରୀଷ୍ଟେ ନିର୍ଭର । ୮ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *