saajo khristo bhakto gana taba hrudo sadana

ସାଜ ଖ୍ରୀଷ୍ଟ ଭକ୍ତଗଣ ତବ ହୃଦ-ସଦନ,

ଖ୍ରୀଷ୍ଟ ଅମୂଲ୍ୟ ରତନ,               ଦିଅ ତାଙ୍କୁ ହୃଦେ ସ୍ଥାନ । ଘୋଷା ।

ଅନନ୍ତ ଈଶ୍ୱର ପିତା  ଗୃହେ ଖ୍ରୀଷ୍ଟ ଜ୍ୟେଷ୍ଠଭ୍ରାତା

ଅଛନ୍ତି ତ୍ରାଣକରତାକରନ୍ତି ପାପ ମୋଚନ            । ୧ ।

ବ୍ରତ କର ଭକ୍ତଗଣ   ସନ୍ଧ୍ୟା ପ୍ରଭାତେ ଜଣାଣ,

ହିତବାକ୍ୟ କର ଧ୍ୟାନ,                ଦୂରେ ଯିବ ଶୟତାନ । ୨ ।

ହାସ୍ୟେ ଭାସି ସୁବଚନ           ତୁଷ୍ଟ କର ସର୍ବ ମନ,

ପର ହିତେ ଦିଅ ମନ,               ପାଇବ ଦକ୍ଷିଣେ ସ୍ଥାନ  । ୩ ।

ମନେ ହିଂସା ଅହଙ୍କାର          ନ ଥାଏ ଚିନ୍ତା ଅସାର,

ସ୍ନେହ ଥାଏ ପରସ୍ପର ସେ ଗୃହ ସ୍ୱର୍ଗ ସମାନ           । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *