sano sano pilanku jishu-premo karanti

ସାନ ସାନ ପିଲାଙ୍କୁ   ଯୀଶୁ ପ୍ରେମ କରନ୍ତି;

ଡାକି ନେଇ ତାହାଙ୍କୁ  ଆପେ କୋଳେ ଧରନ୍ତି 

ଏବେ ମୋ ପାଇଁ     ପ୍ରେମ ଦେଖାଇ

ମୋ ପାଶେ ଥାଇ    ସେ କୃପା କରନ୍ତି । । ୧ ।

 

ଯୀଶୁ ପାଶେ ଏଠାରେ           ଯେତେ ପିଲା ଯାଆନ୍ତି;

ଦେହ ପୁଣି ଆତ୍ମାରେ ଆଶୀର୍ବାଦ ପାଆନ୍ତି । ୨ ।

ପାପୀ ପାଇଁ କ୍ରୁଶରେ ଯୀଶୁ ଦୁଃଖ ସହିଲେ,

ଆପଣାର ଦେହରେ ପାପ ଭାର ବହିଲେ

ଯୀଶୁ ପ୍ରାଣ ଦେବାରେ           ପାପୀଙ୍କି ନିସ୍ତାରିଲେ,

ପୁଣି ତାହା ନେବାରେ            ମୃତ୍ୟୁରୁ ଉଦ୍ଧାରିଲେ  । ୪ ।

ତେବେ ଯାଇ ସ୍ୱର୍ଗକୁ ନିଜେ ସେ ନିବାସରେ

ସାନ ପିଲାମାନଙ୍କୁ    ଜାଗା ଦେଲେ ପାଶରେ । ୫ ।

ତାଙ୍କୁ ମାନି ଏଠାରେ ମୁଁ ଉଦ୍ଧାର ପାଇବି,

ପୁଣି ଯାଇ ସେଠାରେ            ଏହି ଗୀତ ଗାଇବି    । ୬ ।

Leave a comment

Your email address will not be published. Required fields are marked *

One thought on “sano sano pilanku jishu-premo karanti”