ତବ କ୍ରୁଶୀୟ ଯାତନା ହେ ଭେଦି ଯାଉ ଆଜି ବିଶ୍ୱ ପ୍ରାଣେ ଅନୁଭବେ ହେ ।
କ୍ରୁଶରେ ଦେଖି ରକତ ସ୍ରୋତ
ଫାଟିଯାଉ ବିଶ୍ୱାବାସୀଙ୍କର ବୁକୁ ସବେଗେ ଧାଇଁ ଆସ କ୍ରୁଶ ତଳେ
ଅନୁତପ୍ତ ପ୍ରାଣେ ହେ । ୧ ।
ପାତକୀ ଜୀବନ ପାଇଁକି ଦାନ ଦେଲ ତୁମେ
ଅମର କୁମର ହୋଇ ମୃତ୍ୟୁ ବରିଲ
ଅଶ୍ରୁ ଢାଳି ପଦ ଦେବି ଗୋ ଧୋଇ
ପାରଦେଶେ ନାଥ ମୋତେ ଭୁଲିବ ନାହିଁ ଜୀବନେ
କ୍ରୁଶ ଛବି ହୃଦେ ଧରି କ୍ରୁଶ ପଛେ ଚାଲେ ହେ । ୨ ।