ketebele chalijiba jibana

କେତେବେଳେ ଚାଲିଯିବ ଜୀବନ
କେତେବେଳେ ଉଡ଼ିଯିବ ପରାଣ
ଜୀବନ ଚାଲି ଯିବା ଆଗରୁ
ପରାଣ ଉଡ଼ି ଯିବା ଆଗରୁ
ଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନ
କେତେବେଳେ ଚାଲିଯିବ ଜୀବନ ….=୦=

ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବ
ଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବ
ଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବ
ଏ ଜୀବନ ବାଟ ଦିନେ ଠିକଣା ହରାଇବ
ଆଜି ଅଛି କାଲି ନାହିଁ ମଣିଷ ଜୀବନ
ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
ଏହି ହେତୁ କ୍ରୁଶ ପାଶେ ନେବା ଶରଣ
କେତେବେଳେ ଚାଲିଯିବ ଜୀବନ ….=୦=

ଏ ଜୀବନ ଗୀତ ଦିନେ ବେସୁରା ହୋଇବ
ଏ ଜୀବନ ଫୁଲ ଦିନେ ବାସନା ହରାଇବ
ଏ ଜୀବନ ଗୃହ ଦିନେ ଭୁଶୁଡ଼ି ପଡ଼ିବ
ଏ ଜୀବନ ନାଟ ଦିନେ ସମାପ୍ତ ହୋଇଯିବ
ଆଜି ଅଛି କାଲି ନାହିଁ ମଣିଷ ଜୀବନ
ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ
ଏହି ହେତୁ ଫେରିଯିବା ଯୀଶୁ ଚରଣ
କେତେବେଳେ ଚାଲିଯିବ ଜୀବନ ….=୨=

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
(8895583382)
କଣ୍ଠଦାନ – ହ୍ୟୁମାନ ସାଗର

ସୂଚୀମାଳାକୁ ଫେରନ୍ତୁ

click the link below to know the tune

Leave a comment

Your email address will not be published. Required fields are marked *