He aakasha mandala suna

ହେ ଆକାଶ ମଣ୍ଡଳ ଶୁଣ ଶୁଣ
ଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣ
ହେ ପୃଥିବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା)
କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନା
ଅଗ୍ନି ତେଜରେ ରାଜା ଆସିବେ
ମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋ
ହେ ପୃଥିବୀ .
ଆସୁଛି ଅତି ଭୟଙ୍କର ଦିନ ||୧||


ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନା
ପସନ୍ଦ ସେ ଅଟେ ଶୟତାନର ଫାନ୍ଦ
ତା’ନୁହେଁ ସେ ଚିର ଆନନ୍ଦ … ହୋ … ହୋ
ହେ ପୃଥିବୀ … ତୁମେ ହୁଅ ଚଞ୍ଚଳ ସାବଧାନ || ୨ ||

ଯୀଶୁଙ୍କ ରକତେ କିଣା ଯେତେ ଜନ ରହିଛି ତାଙ୍କ ପାଇଁ ମହା ଗୁପ୍ତ ସ୍ଥାନ
ସଂଗ୍ରହ କରିବେ ଦୂତ ଗଣ
କରିବାକୁ ସରଗେ ଗ୍ରହଣ .. ହୋ … ହୋ
ହେ ପୃଥ୍ବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ ।୩।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *