prati dina jisu mama

ପ୍ରତିଦିନ ଯୀଶୁ ମମ ପାପ ମୋର ତୁମ ଦେହେ
ଦେଉଛି ଆଘାତ କଣ୍ଠକ ସମ । (ଘୋଷା)

କେତେ ଥର ମୁହଁ କହିଛି ତୁମକୁ ଅବାଟରେ ଯିବି ନାହିଁ
କଥା ମୋର କିନ୍ତୁ ପାରି ନାହିଁ ରଖି ଛଳନାରେ ଭୁଲିଯାଇ
ହଜା ମେଷ ଆସିଛି ମୁଁ ଅନୁତାପ ଲୁହ ମୋର
ଢ଼ାଳୁଛି ଚରଣେ ନଇବେଦ ସମ | ୧|

ବିପଥେ ଗଲେ ମୁଁ ତୁମରି ଆଖିରେ କେତେ ଲୁହ ବହିଯାଏ
କରୁଛି ଶପଥ ଦେବି ନାହିଁ, ଦୁଃଖ ଜୀବନର ଶେଷ ଯାଏ
ମୁକୁଳା ମୋ ଅନ୍ତର ଆସି ପ୍ରଭୁ ସାଥୀ ମୋର
କରୁଣା ଟିକକ ମୋର ନିବେଦନ |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *