aame swarga pathara jatri

ଆମେ ସ୍ଵର୍ଗ ପଥର ଯାତ୍ରୀ କୁଶ ଆମରି ଗୌରବ …
ଆମେ ଦୁର୍ଗମ ପଥର ଯାତ୍ରୀ କୁଶ ଆମରି ବିଭବ (ଘୋଷା)


ନ ଡରିବା ତିଳେ ବିପଦ ଆସିଲେ
ଯୀଶୁ ସେବା ଲାଗି ସାଜିବା ବୀର
ସେଥିପାଇଁ ଆସ, ମୋ ଭାଇ ଭଉଣୀ
ହାଲିଲୁୟା ଜୟ ସଙ୍ଗୀତ ଗାଇ | ୧|


ମରିବା ପଛରେ ହଟିବା ନାହିଁ
ପୂଜିବା ଯୀଶୁଙ୍କ ଚରଣ
ଶିରେ ଘେନିବାରେ ମୃତ୍ୟୁଞ୍ଜୟୀଙ୍କର
ଅନନ୍ତ ବିଜୟୀ ନାମା ଗାଇ |9|


ଆଜି ଶୁଭ ଦିନେ ନିଜେ ଆପଣାକୁ
କୁଶର ତଳେ ଦେଉ ନୁଆଁଇ
କହି ଉଠୁ ସର୍ବେ, ଜୟ ଯୀଶୁଙ୍କର
ହାଲିଲୁୟା ଜୟ ସଙ୍ଗୀତ | ୩|


ଯିଏ ଯହିଁ ଅଛି କୁଶୀୟ ସଇନ
ଜାଗି ରହିଥାଅ ହେ ଖ୍ରୀଷ୍ଟିୟାନ
ମହା ଭୟଙ୍କର ଦିନ ଆସୁଅଛି
ଯୀଶୁଙ୍କ ଦ୍ବିତୀୟ ଆଗମନ | ୪ |


ଜୀବନ ପୁସ୍ତକେ ଅଛି ଯା’ ନାମ
ତେବେ ପାଇବ ସେ ପରିତ୍ରାଣ
ଯଦି ଲେଖା ନାହିଁ ଅନନ୍ତ ଯନ୍ତ୍ରଣା
ନରକେ ଭୋଗିବ ଚୀର ଦିନ
ସେଥିପାଇଁ ଆସ ମୋ ଭାଇ ଭଉଣୀ
ଜୀବନ ପୁସ୍ତକେ ଲେଖାଉ ନାମ |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *