hayo ! moro papo pain re

ହାୟ ! ମୋର ପାପ ପାଇଁରେ ପ୍ରଭୁ ଯୀଶୁ ମଲେ କୃଶରେ
ମୋ ପାପର ଦଣ୍ଡ ସହି କ୍ଷତ ବିକ୍ଷତ ସେ ହୋଇ
ହୋଇଲେ ଚୂର୍ଣ ଶରୀରେ
ତାହାଙ୍କ ଶାସ୍ତି ଭୋଗରେ ପାଇଲି ଶାନ୍ତି ଆମାରେ … (ଘୋଷା)

ମୁଣ୍ଡରେ କଣ୍ଟା ମୁକୁଟ ଲହୁରେ ଭରା ଲଲାଟ
କାଣେ ଭାରି କୁଶ କାଠ ପିଠିରେ କୋରଡ଼ା ଛୋଟ
ଛେପ ପକାଉଛି କେହିବା ମୁଖରେ
ଚାପୁଡ଼ାକେ ମାରେ ଥଟ୍ଟାରେ
ତଥାପି ସେ ନିରବରେ ସହିଲେ ସବୁ ପ୍ରେମରେ … |୧|

ନିର୍ଭେଷ ନିଷ୍ପାପ ହୋଇ ଦୋଷୀ ପ୍ରାୟ ଦଣ୍ଡ ସହି
ମୋତେ କ୍ଷମା ଦେବା ପାଇଁ କୁଶବିଦ୍ଧ ହେଲେ ସେହି
ମୋ ପାଇଁ ରକତ ବୁହାଇ କହିଲେ,
ପିତଃ କ୍ଷମ ପାପ ଏହାର
ଭୁଲିବିନି ଜୀବନରେ ଅବା, ମରଣ କାଳରେ |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *