aji paritranora dina

ଆଜି ପରିତ୍ରାଣର ଦିନ…… ଆଜି ପରିତ୍ରାଣର ଦିନ
ଈଶ୍ୱରଙ୍କ ଦାନ ସେହି ପ୍ରଭୁ ଯୀଶୁ… ଅନନ୍ତ ଜୀବନ
ହାଲିଲୁୟା … ହାଲିଲୁୟା..ହାଲିଲୁୟା… ହାଲିଲୁୟା… (ଘୋଷା)

ତୁମେ ହେ ପ୍ରଭୁ ଅନାଦି ଅନନ୍ତ ଈଶ୍ଵର କୁମର
ତୁମେ ହେ ପ୍ରଭୁ ସରଗ ରାଜନ ହେ ଦୟାବନା
ତୁମରି ରକ୍ତେ ଧୋଇ ହେ ମୋତେ କର ନୂତନ…. |୧|

ଆସ ମୋ ହୃଦେ ଯୀଶୁ ରାଜନ ହେ ଦୟାବାନ
ନିଅ ତୁମ ପଥେ ରହି ମୋ ସାଥେ ସାରା ଜୀବନ
ତୁମେ ହେ ପ୍ରଭୁ କରୁଣାବାନ କରୁଛୁ ବଦନ…. I୨I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *