kaloborira se je asimo premo

କାଲବରୀର ସେ ଯେ ଅସୀମ ପ୍ରେମ
ଭୁଲିପାରୁ ନାହିଁ ମୋର ଯୀଶୁ ରାଜନ
ସେହି ରକତ ଝରେ ଅନ୍ତରେ ମୋର
ଜାଣି ତ ନଥୁଲି ପ୍ରଭୁ ଯୀଶୁ ସୁନ୍ଦର (ଘୋଷା)

ପାପରେ ମୋର ବିତିଯାଇଛି ଅନେକ ଦିନ
ତଥାପି ମୁହିଁ ଭୁଲି ନଥୁଲି ତୁମରି ଦାନ
ତୁମ ଚରଣେ ମୁହିଁ ପ୍ରଭୁ ଦେଉଛି ଥୋଇ
ପାପରେ ପତିତ ମୋ ଭଙ୍ଗା ଜୀବନ |୧|

ଆସିଛି ମୁହିଁ ପାଇବା ପାଇଁ ନବ ଜୀବନ
ଦିଅ ହେ ପ୍ରଭୁ ତୁମରି ସେ ଆଶିଷ ଦାନ
ଏହି ଶୁଭ ଲଗନେ ଏହି ଶୁଭ ମିଳନ
ଆସ ହେ ଅନ୍ତରେ ମୋ ଯୀଶୁ ରାଜନ |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *