gao jishu name halleluyah

ହୋଶାନ୍ତା ହାଲିଲୁୟା
ଗାଅ ଯୀଶୁ ନାମେ ହାଲିଲୁୟା ହୋଶାନ୍ତା
ଆସ ଯିବା ମିଳି ଶତ ସ୍ଵର ତୋଳି
ଯୀଶୁ ଜ୍ୟୋର୍ତି ଧରାରେ… (ଘୋଷା)

ଆଜିର ଏ ଶୁଭ ଦିନେ, ସ୍ୱାଗତିକା ଗୀତି ତାନେ
ପୁରାଇବା ଧରା ଜୟ ଜୟ ଗାନେ, ଅଳସ ବିଳାସ ତେଳି
କାଟିବା ଜୀବନ ଯୀଶୁର ଧିଆନେ,
ଯୀଶୁ ପରା ଆମ ସାଥୀ… | ୧ |

ଶତ ମନ ଦୀପ ଜାଳି, ଭକତିରେ ଦିଅ ସାଜି
କୋଟିଏ ମନର ଜାଗରଣ ଦୀପ ସରାଗରେ ଉଠୁଭରି
ଦୂରେ ଯିବ ଶତ ଶୋକ ଅବସାଦ,
ଆଲୋକିତ ଅମାରାତି … |୨|

ପ୍ରିୟତମ ଯୀଶୁ ମମ, ଦେବେ ଧୋଇ ପାପ ତମ
ଜାଗ ଜାଗ ଯୁବ ତରୁଣ ଜାଗରେ,
ଆଗେଇ ଚାଲରେ ପାପ ତେଜି
ବରି ନିଅ ତାରେ ଜୀବନ ସୀମାରେ,
ଦିଅରେ ଆରତି ସାଜି… |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *