doyamaya jishu dhana

ଦୟାମୟ ଯୀଶୁ ଧନ ହେ
ମୋତେ ସବୁଠାରୁ କର ସାନ
କର ପ୍ରଭୁ ମୋତେ ମାଟିଠାରୁ ହୀନ
ପିନ୍ଧାଅ ହେ ମୋତେ ନମ୍ରତା ଭୂଷଣ
ଧୂଳିର ଆହୁତ ଏ ନିରାଟ ସତ୍ୟ
ନ ଭୁଲିବି କଦାଚନ ହେ … (ଘୋଷା)

ମର ଶରୀରର ତେଜ ବୀର୍ଯ୍ୟ ବଳ
ଜାଣେ ଦିନେ ଏହା ହୋଇବ ବିଫଳ
ଅନିତ୍ୟ ସିନା ଏ ରୂପ ଯଉବନ
ବୁଝିବାକୁ ଦିଅ, ଜ୍ଞାନ ହେ |୧|

ଧନ, ଜନ, ମାନ, ଯଶ, ପଉରୁଷ,
ଫିଙ୍ଗିବାକୁ ଦୂରେ ଦିଅ ହେ ସାହସ,
ଅନ୍ତର ରାଇଜେ ଦୟା, କ୍ଷମା, ପ୍ରେମ
ରହିଥାଉ ଚିର ଦିନ ହୋ |୨|

ସଂସାର ରାଇଜେ ବଢ଼ ସଦା ବଡ,
ତୁମ ରାଜ୍ୟେ ଏକା ଛୋଟ ହୁଏ ବଡ
ଶିଶୁର ସ୍ୱଭାବ ଦିଅ ପ୍ରଭୁ ଯେହ୍ନ
କୋଳରେ ପାଇବି ସ୍ଥାନ ହେ |୩|

ଲାଜ ଅପମାନ, ହେଉ ମୋ ସନ୍ତାନ,
ପଦ ଚିହ୍ନ ତବ କରାଅ ଗମନ
ତୁମରି ପଦରେ ଜୀବନ ସାଥ ଗୋ
ଏହି ମୋର ନିବେଦନ ହେ |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *