gotiye shroto raktare

ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ
ଯେଡ଼େ ପାପୀ ହିଁ ଡୁବିଲେ ତା’ କଳଙ୍କ ନାଶେ… |ଘୋଷା|

ମୋର ବିଶ୍ୱାସ କୁଶରେ, କଲେ ରକ୍ତ ଦାନ
ମୋ ପରା ପାତକୀ ଯେହ୍ନେ ଲଭେ ପରିତ୍ରାଣ… |୧|

ସେ ସ୍ରୋତ ଦେଖି ଦସ୍ୟୁର ଶାନ୍ତି ହେଲା ମନେ,
ହେଲେ ହେଁ ମୁଁ ଅଭାଜନ ବଂଚିବି ତେସନେ… |୨|

ସେ ମେଷ ରକ୍ତର ଶକ୍ତି ସରୁ ନାହିଁ କିଛି,
ଯିବାଯାଏ ଭକ୍ତ ସ୍ୱର୍ଗ ପ୍ଲାବିତ ହେଉଛି… |୩|

ସେ ସ୍ରୋତ ଦେଖି ବିଶ୍ୱସେ କରେ ଜୟଗାନ,
ଗାଇ ଯିବି ମୁଁ ହରଷେ ତା’ରି କୃତ ତ୍ରାଣ…|୪|

ଯାଉ ନିସ୍ତେଜ ଏ ରସନା ନିରବ କବରେ,
ଗାଇବି ଗାନ ଏ ବାସନା ସ୍ୱର୍ଗେ ମୁ ସୁସ୍ବରେ… |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *