dukha nasana he

ଦୁଃଖ ନାଶନ ହେ, ସୁଖ ଦିଅ ମୋର ମନେ,
ବେଳକୁ ବେଳ ତ ପ୍ରବଳି ଉଠଇ
ଦୁଃଖ ତରଙ୍ଗ ଯେସନେ । (ଘୋଷା)

ଦୁଃଖର ସଂସାରେ ମାନବ ଶରୀରେ
ସଙ୍ଗେ ସଙ୍ଗେ ଛାୟା ସମ
ଅପାର କଷଣ ଦୁଃଖାଦି ମରଣ ଲାଗିଥାଏ ଅନୁକ୍ଷଣ… |୧|

ମହୀପରେ ମୁହଁ ସହି ନ ପାରଇ
ଶରୀର ଯାତନା ମାନ
ମୁହଁ ନିରାଶ୍ରୟ, ହୁଅ ମୋ ସହାୟ
ଆହେ ଆରତ ଭଞ୍ଜନ… |୨|

ମୋର ନାହିଁ ଗୁଣ ଜ୍ଞାନ ଧର୍ମ କର୍ମ,
ମୁଁ ସଂପୂର୍ଣ୍ଣ ଶକ୍ତିହୀନ
ମୋ ଦୁର୍ବଳ ପଣ ଦେଖି ଶୟତାନ
ସହଜେ ନାଶଇ ପ୍ରାଣ… |୩|

ମୋ ପାଇଁ ସନ୍ତାପ କଷଣ ମରଣ
ଭୋଗିଛି ଯୀଶୁ ରାଜନ
ତବ ଶ୍ରୀଚରଣ ମହାମେରୁ ସମ
ତହିଁରେ ମୋର ଶରଣ… |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *