ishwara prema chadi parena

ଈଶ୍ଵର ପ୍ରେମ ଛାଡ଼ି ପାରେନା
ଈଶ୍ଵର ପ୍ରେମ ଭୁଲି ହୁଏନା… (ଘୋଷା)

ସୂର୍ଯ୍ୟ ପୂର୍ବ ଛାଡ଼ି ପଶ୍ଚିମେ ଉଇଁପାରେ
ପଦ୍ମ ପଙ୍କ ଛାଡି ପର୍ବତେ ଫୁଟିପାରେ
ଈଶ୍ଵର ପ୍ରେମ କେବେ ନ ଛାଡ଼ିବା
ତୁମରି ସଙ୍ଗେ ସର୍ବଦା ରହିବ … |୧|

ଛାଡ଼ିପାରନ୍ତି ପିତା ଓ ମାତା ନିଜର
ଛାଡ଼ିପାରନ୍ତି ଭଗ୍ନୀ ବା ସହୋଦର
ଛାଡ଼ିପାରନ୍ତି ଘନିଷ୍ଠ ବାନ୍ଧବ
ଈଶ୍ଵର ପ୍ରେମ କେବେ ନ ଛାଡ଼ିବ |୨|

ହୋଇଛି ଯଦି ନଗନ୍ୟ ଏ ସମାଜରେ
ଭୂଷିତ ହୋଇ ନାହିଁ ଉଚ୍ଚ ପଦବୀରେ
ସମାଜ ଛାଡ଼ିପାରେ ଏ ମାନବ
ଈଶ୍ଵର ପ୍ରେମ କେବେ ନ ଛାଡ଼ିବ… |୩|

ଛାଡ଼ିପାରେ ଜଳବାୟୁ ଏହି ମର୍ତ୍ତ୍ୟରେ
ଝଡ଼ ବର୍ଷା ଅବା ତୁମକୁ ଛାଡ଼ିପାରେ
ତୁମକୁ ଯଦି ସୃଷ୍ଟି ନ ଚିହ୍ନିବ
ଈଶ୍ଵର ପ୍ରେମ କେବେ ନ ଛାଡ଼ିବା I୪I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

2 thoughts on “ishwara prema chadi parena”