kahi agamana na kuhare mana

କାହିଁ ଆଗମନ ନ କୁହରେ ମନ
ଆସିବେ ନିଶ୍ଚ ଆସିବେ ସେ
ଆସିବେନି ବୋଲି ନ ଯାଅ ତୁ ଭୁଲି
ଆସୁଛନ୍ତି ସେ ଗୌରବେ… (ଘୋଷା)

ମହା ଆନନ୍ଦରେ ଦୂତ ତୁରୀ ବାଦ୍ୟ
ମେଘ ରଥେ ସେ ଆସିବେ
ରୂପାନ୍ତରିତ ବିଶ୍ୱାସୀ ହୋଇବେ
ମୃତ କବରୁ ଉଠିବେ
ମଧ୍ୟ ଆକାଶରେ ବିବାହ ଭୋଜରେ
ନିଶ୍ଚେ ବିଶ୍ବାସୀ ଭୋଗିବେ… |୧|

ମହା ଭୟଙ୍କର ହେବ ସେହି ଦିନ
ଯେତେ ସବୁ ପାପୀ ପାଇଁ
ନ ପାଇବେ ରକ୍ଷା ସେହି କ୍ରୋଧ ଦିନେ
ଲୁଚି ନ ପାରିବେ କେହି
ତେଜି ପାପ ଦୋଷ ସତ୍ୟ ପଥେ ଆସ
ତେବେ ସେ ରକ୍ଷା କରିବେ… |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *