asa asa sarbe ame gita gayiba

ଆସ ଆସ ସର୍ବେ ଆମେ ଗୀତ ଗାଇବା (୨ ଥର)
ସେ ତ ପ୍ରଭୁ
ଦୟା, କ୍ଷମା, ଶାନ୍ତି, ପ୍ରେମ ଶିଖାଇ ଅଛନ୍ତି । (ଘୋଷା)

ରାଜାମାନଙ୍କର ରାଜା ପ୍ରଭୁ ଅଟନ୍ତି ସେ ଯୀଶୁ ଅଟନ୍ତି
ପ୍ରଭୁମାନଙ୍କର ପ୍ରଭୁ ଯୀଶୁ ଅଟନ୍ତି ସେ ଯୀଶୁ ଅଟନ୍ତି
ସେ ତ ପ୍ରଭୁ .
ଦୟା, କ୍ଷମା, ଶାନ୍ତି, ପ୍ରେମ ଶିଖାଇ ଅଛନ୍ତି… |୧|

ପିତା ପ୍ରଭୁ ଜଗତକୁ ପୁତ୍ରଙ୍କୁ ଦେଲେ (ସେ)
ପାପୀ ପାପ ପାଇଁ ଯୀଶୁ କୁଶରେ ମଲେ (ସେ)ସେ ତ ପ୍ରଭୁ —
ଦୟା, କ୍ଷମା, ଶାନ୍ତି ପ୍ରେମ ଶିଖାଇ ଅଛନ୍ତି… |୨|

ତାଙ୍କ ପ୍ରହାରରେ ଆମେ ସୁସ୍ଥ ହୋଇଲୁ (ଆମେ)
ତାଙ୍କ ମରଣରେ ଆମେ ମୁକ୍ତି ପାଇଲୁ (ଆମେ)ସେ ତ ପ୍ରଭୁ ।
ଦୟା, କ୍ଷମା, ଶାନ୍ତି, ପ୍ରେମ ଶିଖାଇ ଅଛନ୍ତି…. |୩|

ସର୍ବେ ଜଗତ ବୋଲନ୍ତୁ ତାହାଙ୍କ ଛଡା (ଭାଇ)
ପରିତ୍ରାଣ ହେବ ନାହିଁ ଯୀଶୁଙ୍କ ବିନା (ପ୍ରଭୁ)ସେ ତ ପ୍ରଭୁ …
ଦୟଂ କ୍ଷମାଶାନ୍ତି ପ୍ରେମ ଶିଖି ଅଛନ୍ତି… |୪|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *