asanta jagate papo dukha soke

ଅଶାନ୍ତ ଜଗତେ, ପାପ ଦୁଃଖ ଶୋକେ
ଅଟକି ତୁମେ ନିରାଶ
ପାଇବ ଶାନ୍ତି, ପାଇବ ତୃପ୍ତି
ଯୀଶୁ ପାଶେ ଫେରି ଆସ … (ଘୋଷା)

ତୁମ ହୃଦୟ ର ସବୁ ଦୁଃଖ
ତୁମ ଜୀବନର ସବୁ ବୋଝ
ତୁମ ସମସ୍ୟା ଓ ଚିନ୍ତା ଦୁଃଖ
ଦୂର କରି ଯୀଶୁ ଦେବେ ସୁଖ (୨ ଥର)
ଶାନ୍ତି ରାଜା ଯୀଶୁ ଜଗତ କରତା
କରନ୍ତି ନାହିଁ ନିରାଶ… |୧|

ଯୀଶୁ ଯେ ପ୍ରେମର ନିରିଝର
ଯୀଶୁ ପାପ କ୍ଷମାର ଭଣ୍ଡାର
ଆମକୁ ଦେବାକୁ ସବୁ ସୁଖ
ଭୋଗିଲେ କୁଶରେ କେତେ ଦୁଃଖ
ଚିର ଜୀବନ ନିରିଝର ସେ ତ
ଅମୃତ … ତାଙ୍କ ପୟର … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “asanta jagate papo dukha soke”